ଇଣ୍ଟରକଣ୍ଟିନେଣ୍ଟାଲ ଫୁଟବଲ: ଆଜି ଭାରତ -ଲେବାନନ ଟାଇଟଲ ଲଢେଇ

ଭୁବନେଶ୍ୱର – ଆଜି ଇଣ୍ଟରକଣ୍ଟିନେଣ୍ଟାଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଖେଳାଯିବ । କଳିଙ୍ଗ ଷ୍ଟାଡିୟମରେ ଭାରତ ଓ ଲେବାନନ ମଧ୍ୟରେ ଖେଳାଯିବ । ଆଜି ସନ୍ଧ୍ୟାରେ ଖେଳାଯିବ ମ୍ୟାଚ। ରାଉଣ୍ଡ ରବିନ ଲିଗରେ ଭାରତ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଥିଲା ଲେବାନନ। ଭାରତ ଓ ଲେବାନନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ଗୋଲଶୂନ୍ୟ ରହିଥିଲା । ଭାରତ ମଙ୍ଗୋଲିଆକୁ ୨-୦ ଗୋଲରେ ହରାଇଥିବା ବେଳେ ଭାନୁଆଟୁକୁ ଏକମାତ୍ର ଗୋଲରେ ପରାସ୍ତ କରିଥିଲା । ଆଜିର ଫାଇନାଲ ମ୍ୟାଚ ବେଶ୍ ରୋମାଞ୍ଚକର ହେବା ଆଶା କରାଯାଉଛି।

Comments are closed.