ବରଗଡ଼: ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସକାଶେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଓଏସଡିଏମଏ ଦ୍ବାରା ପ୍ରାୟୋଜିତ ଏହି ସଭାକୁ ଜିଲ୍ଲାପାଳ ମନୀଷା ବାନାର୍ଜୀ ଅଧ୍ୟକ୍ଷତା କରିଥିଲେ ।
ଏଥିରେ ଆସନ୍ତା ବର୍ଷାରେ ପ୍ରାକୃତିକ ଦୁର୍ବିପାକରୁ ରକ୍ଷା ପାଇବା ପାଇଁ ବିଭିନ୍ନ ବ୍ଲକ ଅଞ୍ଚଳରେ କିପରି ପ୍ରସ୍ତୁତ ହୋଇ ରହିବାକୁ ହେବ ସେ ସଂପର୍କ ରେ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ କୃତିବାସ ରାଉତଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।
Comments are closed.