ଜୁଆଖେଳ ଚାଲିଥିବା ବେଳେ ପୁଲିସର ଚଢ଼ାଉ ୧୮ ଆନ୍ତଃରାଜ୍ୟ ଜୁଆଡ଼ି ଗିରଫ, ୧.୯ ଲକ୍ଷ ଟଙ୍କା ସହ ୩କାର-୬ବାଇକ ଜବତ

ବରଗଡ଼ : ବରଗଡ଼ ଜିଲ୍ଲା ଅମ୍ବାଭନା ଥାନା ଅନ୍ତର୍ଗତ ବେହେରାପାଲିରେ ଆଜି ରାତିରେ ଜୁଆ ଖେଳ ଚାଲିଥିବା ବେଳେ ଜିଲ୍ଲା ପୋଲିସର ସ୍ବତନ୍ତ୍ର ସ୍କ୍ୱାର୍ଡ ଚଢାଉ କରି ୧୮ଜଣ ଆନ୍ତଃରାଜ୍ୟ ଜୁଆଡିଙ୍କୁ ଗିରଫ କରିଛି। ଛତିଶଗଡ଼ ଓଡ଼ିଶା ସୀମାନ୍ତ ଗ୍ରାମରେ ଏହି କାରବାର ଚାଲୁଥିବା ଖବର ଜିଲ୍ଲା ପୋଲିସ ଅବଗତ ହେବା ପରେ ଏସପି ପି ମୀନାଙ୍କ ନିର୍ଦ୍ଦେଶ ଅନୁସାରେ ବରଗଡ଼ ଏସଡିପିଓ ଏବଂ ଅମ୍ବାଭନା ଆଇଆଇସୀଙ୍କ ନେତୃତ୍ବରେ ପୋଲିସ ଚଢ଼ାଉ କରିଥିଲେ। ସେଠାରୁ ନଗଦ ୧ ଲକ୍ଷ ୯୦ ହଜାର ୧୩୦ ଟଙ୍କା ସହ ତିନୋଟି କାର, ୬ ଟି ମୋଟର ସାଇକେଲ, ତାସ ଜବତ କରିଛି । ଏନେଇ ଅମ୍ବାଭନା ଥାନାରେ କେସ ନଂ- ୧୨୫/୨୩ ଏକ ମାମଲା ରୁଜୁ କରି ୧୮ ଜଣ ଜୁଆଡିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

Comments are closed.