୨୧ରୁ ଖୋଲିବ ସ୍କୁଲ, ସ୍ଥିତିକୁ ଦେଖି ନିଷ୍ପତ୍ତି ନେବେ ୭ଟି ଜିଲ୍ଲାର ପ୍ରଶାସନ

ଭୁବନେଶ୍ୱର – ଖରାଛୁଟି ଶେଷ ହେଲା ପରେ ରାଜ୍ୟରେ ଆସନ୍ତା ୨୧ ତାରିଖରୁ ପୁଣି ଖୋଲିବ ସ୍କୁଲ । ପାଣିପାଗ ପୂର୍ବାନୁମାନକୁ ବିଚାରକୁ ନିଆଯାଇ ନିୟମିତ ସମୟ ସାରଣୀ ସହ ଜୁନ ୨୧ ତାରିଖରୁ ସ୍କୁଲ ପୁଣି ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। କିନ୍ତୁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ଅନୁଗୁଳ, ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲ୍ଲାର ଜିଲ୍ଲାପାଳମାନେ ସ୍ଥିତି ଦେଖି ସକାଳୁଆ ସ୍କୁଲ ବା ଛୁଟି ନିଷ୍ପତ୍ତି ନେଇପାରିବେ। ଏ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନାଯୋଗ୍ୟ ଯେ, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏଥର ରାଜ୍ୟ ସରକାର ଆଗୁଆ ଖରାଛୁଟି ଘୋଷଣା କରିଥିଲେ । ଆଜି ସ୍କୁଲ ଖୋଲିବାର ଥିଲେ ମଧ୍ୟ ଆଉ ଦୁଇଦିନ ଛୁଟି ବଢାଇ ଦିଆଯାଇଥିଲା ।

Comments are closed.