ପବିତ୍ର ଘୋଷଯାତ୍ରାରେ ଶ୍ରୀକ୍ଷେତ୍ର ଲୋକାରଣ୍ୟ, ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ପୁରୀ- ଆଜି ପବିତ୍ର ଘୋଷଯାତ୍ରା। ଶ୍ରୀମନ୍ଦିରରୁ ଆସି ରଥାରୂଢ଼ ହେବେ ଶ୍ରୀଜିଉ । ବଡ଼ଦାଣ୍ଡରେ ଭକ୍ତଙ୍କୁ ଦେବେ ଦର୍ଶନ। ଏହି ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଶ୍ରୀକ୍ଷେତ୍ର ହୋଇଛି ଲୋକାରଣ୍ୟ। ଜଗତର ନାଥ ଶ୍ରୀଜଗନ୍ନାଥ, ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ରଥରେ ବିଜେ କରି ଶ୍ରୀଗୁଣ୍ଡିଚା ମନ୍ଦିର ଯିବେ । ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରିବେ ମହାପ୍ରଭୁ ।

ପବିତ୍ର ରଥଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି। ମହାପ୍ରଭୁଙ୍କ ଆଶୀର୍ବାଦ ଓ ଆପଣମାନଙ୍କ ସହଯୋଗରେ ବିକାଶର ନନ୍ଦିଘୋଷ ନୂଆ ଓଡ଼ିଶାର ପଥକୁ ସୁଗମ କରୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Comments are closed.