ଆଜିଠୁ ଖୋଲିବ ସ୍କୁଲ ,ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ କାଲିଠୁ ସକାଳୁଆ ସ୍କୁଲ

ଭୁବନେଶ୍ୱର – ଖରା ଛୁଟି ପରେ ରାଜ୍ୟରେ ଆଜିଠୁ ପୁଣି ସ୍କୁଲ ଖୋଲୁଛି । କିନ୍ତୁ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ଅନୁଗୁଳ, ସୁବର୍ଣ୍ଣପୁର ଓ ବଲାଙ୍ଗୀରରେ ଛୁଟି ବଢାଇଛନ୍ତି ଜିଲ୍ଲାପାଳ । ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ଆସନ୍ତାକାଲିଠୁ ସକାଳୁଆ ସ୍କୁଲ ହେବ । ଝାରସୁଗୁଡ଼ା ଜିଲ୍ଲାର ସବୁ ସ୍କୁଲ କାଲିଠୁ ଖୋଲିବ । ଏନେଇ ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସବୁ ସ୍କୁଲ ସକାଳୁଆ ଚାଲିବ । ସକାଳ ୬ଟା ୩୦ରୁ ୧୦ଟା ପର୍ଯ୍ୟନ୍ତ ପାଠପଢା ହେବ । ସମ୍ବଲପୁର ଜିଲ୍ଲାରେ ମଧ୍ୟ ସ୍କୁଲ କାଲିଠାରୁ ଖୋଲିବ ସ୍କୁଲ । ଜିଲ୍ଲାରେ ୨୪ ତାରିଖ ଯାଏ ସକାଳ ୬ଟା ୩୦ରୁ ୧୦ଟା ପର୍ଯ୍ୟନ୍ତ ପାଠପଢା ହେବ । ସକାଳ ୯ଟା ୩୦ରୁ ୧୦ଟା ମଧ୍ୟରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ମିଳିବ । ୨୬ ତାରିଖରୁ ନିୟମିତ ସମୟ ଅନୁସାରେ ସ୍କୁଲ ଚାଲିବ ।

Comments are closed.