ଦୁଇଦିନ ମଧ୍ୟରେ ସାରାରାଜ୍ୟକୁ ଛୁଇଁବ ମୌସୁମୀ

ଭୁବନେଶ୍ୱର – ଦୁଇ ଦିନ ଭିତରେ ସାରା ଓଡିଶା ସ୍ପର୍ଶ କରିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ବର୍ତ୍ତମାନ ମୌସୁମୀ ଜନିତ ବର୍ଷା ପାଇଁ ପାଗ ଅନୁକୂଳ ରହିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ବାୟୁମଣ୍ଡଳରେ ଜଳୀୟ ବାଷ୍ପ ବୃଦ୍ଧି ଯୋଗୁଁ ଧିରେ ଧିରେ ତାତି କମିବା ସହ ବର୍ଷା ବଢିବ । ଆସନ୍ତାକାଲିଠୁ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବିଶେଷ କରି ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ଜୁନ୍ ୧୯ ସୁଦ୍ଧା ରାଜ୍ୟରେ ୮୦ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି ।

ପାଣିପାଗ ବିଭାଗର ଆକଳନକୁ ଆଖିରେ ରଖି ସ୍ୱତନ୍ତ୍ର ରିଲିଫ କମିସନର ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ ରହି ଆବଶ୍ୟକୀୟ ପଦକ୍ଷେପ ନେବାକୁ କହିଛନ୍ତି । ଜୁନ ୨୧ ତାରିଖରୁ ଜୁନ ୨୨ ତାରିଖ ଯାଏଁ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Comments are closed.