ଗୀତା ଉପଦେଶ: ନିଷ୍କାମ ଓ ସକାମ ଏହିପରି ଦୁଇ ଶ୍ରେଣୀର ବଧଜୀବ ନିଜର ସାଧନା ଦ୍ୱାରା ମୋତେ ଲାଭ କରିପାରନ୍ତି

ଗୀତା ଉପଦେଶ: ନିଷ୍କାମ ଓ ସକାମ ଏହିପରି ଦୁଇ ଶ୍ରେଣୀର ବଧଜୀବ ନିଜର ସାଧନା ଦ୍ୱାରା ମୋତେ ଲାଭ କରିପାରନ୍ତି।

ଭଗବାନ ଶ୍ରୀକୃଷ୍ଣ ଅର୍ଜୁନକୁ କହୁଛନ୍ତି:-

ଧ୍ୟାନେନାତ୍ମନି ପଶ୍ୟନ୍ତି କେଚିଦାତ୍ମାନମାତ୍ମନା।
ଅନ୍ୟେ ସାଂଖ୍ୟେନ ଯୋଗେନ କର୍ମଯୋଗେନ ଚାପରେ ।।୨୪।।

ଅର୍ଥାତ କେହି ଧ୍ଯାନ ଯୋଗରେ, କେହି ସାଂଖ୍ଯ ଯୋଗରେ ଏବଂ ଅନ୍ଯମାନେ ନିଷ୍କାମ କର୍ମ ଯୋଗ ରେ ସେ ପରମାତ୍ମାଙ୍କୁ ଦର୍ଶନ କରନ୍ତି।

ଭଗବାନ ଶ୍ରୀକୃଷ୍ଣ ଅର୍ଜୁନକୁ କହୁଛନ୍ତି ଯେ ଆତ୍ମାନୁଭୁତି ଲାଭ ଦିଗରେ ଅନୁସନ୍ଧିତ୍ସୁ ବଧଜୀବ ମାନଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇ ଅଛି। ନିଷ୍କାମ ଓ ସକାମ।

(ତ୍ରୟୋଦଶ ଅଧ୍ୟାୟ ।। ୨୪।।)

Comments are closed.