ଆଜି ଆଉ ତିନିଟି ଜିଲ୍ଲାରେ ଖୋଲିଲା ସ୍କୁଲ୍, ୨୪ ଯାଏଁ ସକାଳୁଆ ପାଠପଢା

ଭୁବନେଶ୍ୱର – ଆଜି ଆଉ ତିନିଟି ଜିଲ୍ଲାରେ ସ୍କୁଲ ଖୋଲିଛି । ସମ୍ବଲପୁର, ଝାରସୁଗୁଡ଼ା ଓ ବଲାଙ୍ଗୀର ଜିଲ୍ଲାରେ ଆଜିଠୁ ସ୍କୁଲ ଖୋଲିଛି । ଏସବ ଜିଲ୍ଲାରେ ୨୪ ତାରିଖ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ହେବ । ସକାଳ ୬ଟା ୩୦ରୁ ୧୦ଟା ଯାଏ ପାଠପଢା ହେଉଛି । ୨୬ ତାରିଖରୁ ନିୟମିତ ସମୟାନୁସାରେ ବିଦ୍ୟାଳୟ ଚାଲିବ ।

ଆସନ୍ତାକାଲି ସୁନ୍ଦରଗଡ଼, ସୁବର୍ଣ୍ଣପୁର, ନୂଆପଡ଼ା ଓ ବରଗଡ଼ ଜିଲ୍ଲାରେ ସ୍କୁଲ ଖୋଲିବ । ଏସବୁ ଜିଲ୍ଲାରେ ସକାଳ ସାଢେ ୬ଟାରୁ ଦିନ ୧୦ଟା ଯାଏ ପାଠପଢା ହେଵ । ୨୬ ତାରିଖରୁ ନିୟମିତ ସମୟ ଅନୁସାରେ କ୍ଲାସ ହେବାନେଇ ଜିଲ୍ଲାପାଳ ନିଷ୍ପତ୍ତି ନେଇଛନ୍ତି

ବୁଧବାରଠାରୁ ରାଜ୍ୟରେ ସ୍କୁଲ ଖୋଲିଛି । ତେବେ ଗ୍ରୀଷ୍ମ ପ୍ରବାହ ପାଇଁ ପଶ୍ଚିମ ଓଡ଼ିଶାର ୭ ଜିଲ୍ଲାର ଜିଲ୍ଲାପାଳଙ୍କୁ ସ୍କୁଲ ଖୋଲିବା ନିଷ୍ପତ୍ତି ନେବାକୁ ଦାୟିତ୍ବ ଦେଇଥିଲା ଗଣଶିକ୍ଷା ବିଭାଗ ।

Comments are closed.