ବରଗଡ଼ରେ ଅନ୍ତର୍ଜାତୀୟ ମିଲେଟ ବର୍ଷ କାର୍ଯ୍ୟକ୍ରମ, ଚାଷୀଙ୍କୁ କୃଷି ଯନ୍ତ୍ରପାତି ବଣ୍ଟନ କଲେ ବିଧାୟିକା

ବରଗଡ଼ : ଅନ୍ତର୍ଜାତୀୟ ମିଲେଟ ବର୍ଷ ଅବସରରେ ବରଗଡ଼ ଜିଲ୍ଲା କୃଷି ଅଧିକାରୀ ତଥା ଆତ୍ମାର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଅଫିସ ଦ୍ବାରା ଅୟୋଜିତ, କୃଷି ଯନ୍ତ୍ରପାତି ବଣ୍ଟନ ମହୋତ୍ସବ ଅନୁଷ୍ଠିତ ହୋଇଛି । ଆୟୋଜିତ ସଭାରେ ପଦ୍ମପୁର ବିଧାୟିକା ବର୍ଷା ସିଂବରିହା, ପଦ୍ମପୁର ଉପଜିଲ୍ଲାପାଳ ସଦାକର କୁମ୍ଭାର, କୃଷି ଅଧିକାରୀ ମଞ୍ଚାସୀନ ଥିଲେ।

ଏଥିରେ ପାଇକମାଲ, ଝାରବନ୍ଧ, ପଦ୍ମପୁର, ବିଜେପୁର, ଓ ଗାଇସିଲେଟ ବ୍ଲକର ମିଲେଟ ଚାଷୀ ଭାଇଭଉଣୀମାନଙ୍କୁ ବିଭିନ୍ନ ପ୍ରକାରର ଚାଷ ଉପଯୋଗୀ ଯନ୍ତ୍ରପାତି ବଣ୍ଟନ କରାଯାଇଥିଲା । ଏହି ଉପଯୋଗୀ ଯନ୍ତ୍ରପାତି ଦ୍ବାରା ସହଜରେ ମିଲେଟ ଚାଷୀ ଲାଭବାନ ହୋଇ ପାରିବେ, ଓଡିଶା ସରକାରଙ୍କର ମିଲେଟ ମିଶନ କାର୍ଯ୍ୟକ୍ରମ କୃଷି କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ବିଧାୟିକା କହିଥିଲେ ।

Comments are closed.