ଭୁବନେଶ୍ୱର -ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଯାଇଛି କି ନାହିଁ, ସେ ନେଇ ଆଜିଠୁ କଡାକଡି ଚେକିଂ କରାଯିବ । ଏଚ ଏସଆରପି ଲଗାଇନଥିଲେ ଆଦାୟ ହେବ ମୋଟା ଅଙ୍କର ଜୋରିମାନା । ଏଚଏସଆରପି ନଥିଲେ ଗାଡ଼ି ବିରୋଧରେ ଇ-ଚାଲାଣ ଜାରି କରାଯିବା ସହ ୫ ହଜାରରୁ ୧୦ ହଜାର ଟଙ୍କାର ଜୋରିମାନା ଆଦାୟ କରାଯିବ ।
୨୦୨୩ ଜୁନ ୭ ସୁଦ୍ଧା ମୋଟ ୪୦ ଲକ୍ଷ ୯୩ ହଜାର ୬୦୮ ଗାଡ଼ି ସ୍ଲଟ ବୁକିଂ ହୋଇଛି । ସେଥିମଧ୍ୟରୁ ୩୫ ଲକ୍ଷ ୮୭ ହଜାର ୫୭୭ ଗାଡ଼ିରେ ଏଚଏସଆରପି ଲଗାଯାଇଛି । ଜୋରିମାନାରୁ ବର୍ତ୍ତିବା ପାଇଁ ଯାନବାହାନ ମାଲିକଙ୍କୁ ଶୀଘ୍ର ଏଚଏସଆରପି ଲଗାଇବାକୁ ପରାମର୍ଶ ଦିଆଯାଇଛି ।
Comments are closed.