ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ, ପଡ଼ୋଶୀ ଘର ଛାତରୁ ମିଳିଲା ବିଡା ବିଡା ଟଙ୍କା

ଭୁବନେଶ୍ୱର -ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ବିରୋଧରେ ଆସିଛି ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ । ଏହି ଅଭିଯୋଗରେ ଅତିରିକ୍ତ ଉପଜିଲ୍ଲାପାଳଙ୍କ ଘର ଓ ଅଫିସ ସମେତ ବିଭିନ୍ନ ଠିକଣାରେ ଚଢ଼ାଉ ଆରମ୍ଭ କରିଛି ଭିଜିଲାନ୍ସ। ମିଳିଥିବା ସୂଚନା ଅନୁସାରେ ନବରଙ୍ଗପୁର,ଭଦ୍ରକ ଓ ଭୁବନେଶ୍ବର ସମେତ ୯ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ।

ଭୁବନେଶ୍ୱର କାନନ ବିହାର ସ୍ଥିତ ରାଉତଙ୍କ ପଡ଼ୋଶୀ ଘର ଛାତରୁ ବିଡ଼ାବିଡ଼ା ଟଙ୍କା ଚଢ଼ାଉ ବେଳେ ଜବତ କରିଛି ଭିଜିଲାନ୍ସ। ୫୦୦ ଟଙ୍କିଆ ଭର୍ତ୍ତି ୬ଟି ପେଟି ଜବତ କରିଛି ଭିଜିଲାନ୍ସ ।

Comments are closed.