ଭିଜିଲାନ୍ସ ଚଢ଼ାଉରେ ଅତିରିକ୍ତ ଉପଜିଲ୍ଲାପାଳଙ୍କ ମିଳୁଛି ପୁଳା ପୁଳା ସମ୍ପତ୍ତି

ଭୁବନେଶ୍ୱର- ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଫସିଛନ୍ତି ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ । ଭିଜିଲାନ୍ସ ଚଢ଼ାଉ ବେଳେ ରାଉତଙ୍କ ଘରୁ ମିଳୁଛି କୋଟି କୋଟି ଟଙ୍କା। ଏ ଯାଏଁ ଦୁଇ କୋଟିରୁ ଅଧିକ ଟଙ୍କା ମିଳିଥିବା ସୂଚନା ମିଳିଛି। ଭୁବନେଶ୍ବର କାନନବିହାର ପଡ଼ୋଶୀ ଘର ଛାତରୁ ମିଳିଲା ୬ଟି ୫୦୦ ଟଙ୍କା ନୋଟ୍ ଥିବା ପେଟି ।

ଅତିରିକ୍ତ ଉପଜିଲ୍ଲାପାଳଙ୍କ ନବରଙ୍ଗପୁର ସରକାରୀ ଘରୁ ଆଉ ୨ଟି ଟଙ୍କା ଭର୍ତ୍ତି ପେଟି ଜବତ କରିଛି ଭିଜିଲାନ୍ସ। ଗୋଟିଏ ପେଟିରେ ୫୬ ଲକ୍ଷ ଓ ଆଉ ଗୋଟିଏରୁ ୨୧ ଲକ୍ଷ ମିଳିଥିବା ସୂଚନା । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର, ଭଦ୍ରକ ଓ ଭୁବନେଶ୍ବର ସମେତ ୯ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି ଭିଜିଲାନ୍ସ।

Comments are closed.