ବାଲ୍ ସାହିତ୍ୟ ପୁରସ୍କାର ଘୋଷଣା: ଓଡ଼ିଶାରୁ ଡକ୍ଟର ଯୁଗଳ କିଶୋର ଷଡ଼ଙ୍ଗୀ ପାଇବେ ପୁରସ୍କାର

ନୂଆଦିଲ୍ଲୀ- ୨୦୨୩ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ବାଲ୍(ଶିଶୁ ) ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି | ଏ ବର୍ଷ ୨୨ଟି ଭାଷାରେ ପ୍ରକାଶିତ ଶିଶୁ ସାହିତ୍ୟ ସମ୍ବଳିତ ପୁସ୍ତକ ପାଇଁ ପୁରସ୍କାର ଘୋଷଣା କରାଯାଇଛି | ଓଡ଼ିଆ ଭାଷା ପାଇଁ ପୁରସ୍କାର ପାଇବେ ଡକ୍ଟର ଯୁଗଳ କିଶୋର ଷଡ଼ଙ୍ଗୀ । ସେ ନିଜର ‘ଜେଜେଙ୍କ ଗପ ଗଣ୍ଠିଲି’ ପୁସ୍ତକ ପାଇଁ କେନ୍ଦ୍ର ବାଲ୍ ସାହିତ୍ୟ ପୁରସ୍କାର ପାଇବେ । ପୁରସ୍କାର ବାବଦ ଯୁଗଳ କିଶୋର ଷଡ଼ଙ୍ଗୀଙ୍କୁ ଏକ ତାମ୍ରଫଳକ ସହ ୫୦ ହଜାର ଟଙ୍କା ଦିଆଯିବ।

Comments are closed.