ଆଜି ପବିତ୍ର ହେରାପଞ୍ଚମୀ, ନନ୍ଦିଘୋଷ ଚକ ଭାଙ୍ଗିବେ ଲକ୍ଷ୍ମୀ ଠାକୁରାଣୀ

ପୁରୀ- ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଜି ହେରାପଞ୍ଚମୀ ନୀତି ପାଳନ କରାଯିବ। ଶ୍ରୀଜଗନ୍ନାଥଙ୍କ ଉପରେ ଅଭିମାନ କରିଥିବା ଜଗତଜନନୀ ମା’ ମହାଲକ୍ଷ୍ମୀ ଆଜି ନନ୍ଦିଘୋଷ ରଥ ଚକ ଭାଙ୍ଗିବେ । କାଳିଆ ସାଆନ୍ତ ତାଙ୍କୁ ସାଥିରେ ନ ନେଇ ଭାଇ ଉଉଣୀଙ୍କ ସହ ରଥଯାତ୍ରା କରିଥିବାରୁ ଅଭିମାନ କରିଛନ୍ତି ମହାଲକ୍ଷ୍ମୀ। ଆଷାଢ଼ ଶୁକ୍ଳ ଦଶମୀ ତିଥିରେ ବାହୁଡିବାକୁ ଲକ୍ଷ୍ମୀ ଠାକୁରାଣୀଙ୍କୁ ପ୍ରତିଶ୍ରୁତି ଦେବେ ମହାପ୍ରଭୁ । ମହାଲକ୍ଷ୍ମୀଙ୍କୁ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗ ଲାଗି ଆଜ୍ଞାମାଳ ପ୍ରଦାନ କରାଯିବ। ଶରଧାବାଲିରେ ଥିବା ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଗୋଟିଏ ଚକ ଭାଙ୍ଗିବେ ମହାଲକ୍ଷ୍ମୀ। ସେବକଙ୍କ ଗହଣରେ ହେରାଗୋହରୀ ସାହି ଦେଇ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ। ଶ୍ରୀଗୁଣ୍ଡିଚା ଯାତ୍ରାର ପଞ୍ଚମ ଦିନରେ ହେରାପଞ୍ଚମୀ ନୀତି ପାଳନ କରାଯିବା ବିଧି ରହିଛି।

Comments are closed.