ପଶ୍ଚିମବଙ୍ଗରେ ଦୁଇ ମାଲବାହୀ ଟ୍ରେନ ମଧ୍ୟରେ ଧକ୍କା

କୋଲକାତା – ପୁଣି ଏକ ରେଳ ଦୁର୍ଘଟଣା। ଏଥର ପଶ୍ଚିମବଙ୍ଗରେ ଘଟିଛି ଦୁର୍ଘଟଣା । ରାଜ୍ୟର ବାଙ୍କୁରା ଜିଲ୍ଲା ଓନ୍ଦା ଷ୍ଟେସନ ନିକଟରେ ଦୁଇ ମାଲଗାଡି ମଧ୍ୟରେ ଧକ୍କା ହୋଇଛି । ଏଥିଯୋଗୁଁ ୧୨ଟି ବଗି ଲାଇନଚ୍ୟୁତ ହୋଇଛି । ଖଡ଼ଗପୁର-ବାଙ୍କୁରା-ଆଦ୍ରା ଲାଇନ୍‌ରେ ରେଳ ଚଳାଚଳ ବ୍ୟାହତ ହୋଇଛି। ଦୁର୍ଘଟଣା ସ୍ଥଳରେ ରେଳ ଅଧିକାରୀମାନେ ପହଞ୍ଚିଛନ୍ତି। ଦୁର୍ଘଟଣା କେମିତି ଘଟିଲା, ତାହା ସ୍ପଷ୍ଟ କରାଯାଇନାହିଁ।

Comments are closed.