ଆସିଲା ଆଜ୍ଞାମାଳ, ତିନିରଥ ଦକ୍ଷିଣ ମୋଡ

ପୁରୀ – ଶ୍ରୀକ୍ଷେତ୍ରରେ ବାହୁଡା଼ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ତିନି ରଥର ଦକ୍ଷିଣ ମୋଡ କରାଯାଇଛି । ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରୁ ଟଣା ହୋଇ ନାକଚଣା ଦ୍ୱାର ଆଗରେ ଲାଗିବ ତିନି ରଥ । ଦକ୍ଷିଣ ମୋଡ଼ ସମୟରେ ଦେବୀ ସୁଭଦ୍ରାଙ୍କ ରଥ ପ୍ରଥମେ ଟଣାଯାଇଛି । ଏହା ପରେ ତାଳଧ୍ୱଜ ଓ ନନ୍ଦିଘୋଷ ଟଣାଯାଇଛି । ଶ୍ରୀମନ୍ଦିର ଅଧିକାରୀ, କର୍ମଚାରୀ ଓ ପୋଲିସ କର୍ମଚାରୀମାନେ ତିନିରଥର ଦକ୍ଷିଣ ମୋଡ଼ କରାଇଛନ୍ତି । ଦକ୍ଷିଣ ମୋଡ଼ ପାଇଁ ରଥକୁ ଆବଶ୍ୟ ଅନୁସାରେ ଆଗ ପଛ କରାଯାଏ । ତେଣୁ ଏଥିରେ ଭକ୍ତମାନେ ଜଡ଼ିତ ହୁଅନ୍ତି ନାହିଁ।

Comments are closed.