ଦିଗପହଣ୍ଡିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ଦୁଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା, ୧୨ ମୃତ, ୧୫ ଆହତ

ଦିଗପହଣ୍ଡି – ଗଞ୍ଜାମ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଦିଗପହଣ୍ଡି ନିକଟ ମୈ।ଳାଭଞ୍ଜା ଛକରେ ଦୁଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ୫ ଜଣଙ୍କର ଅବସ୍ଥା ଗୁରୁତର ରହିଛି। ଗୋଟିଏ ବସରେ କନ୍ୟା ଯାତ୍ରୀ ଥିଲେ । ବ୍ରହ୍ମପୁରରେ ଝିଅ ବାହାଘର ସାରି ସେମାନେ ଫେରୁଥିଲେ । ମୃତକମାନେ ସାନଖେମୁଣ୍ଡି ଖଣ୍ଡଦେଉଳି ଓ ସିଙ୍ଗାପୁର ଗ୍ରାମର ବୋଲି ଜଣାପଡ଼ିଛି। ଆହତମାନଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ବ୍ରହ୍ମପୁର ଏସପି ଏମ୍ . ସରବଣା ବିବେକ ଓ ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ପ୍ରମୁଖ ଡାକ୍ତରଖାନା ପହଞ୍ଚି ଆହତମାନଙ୍କ ଅବସ୍ଥା ପଚାରିବୁଝିଛନ୍ତି ।

Comments are closed.