ରାଜ୍ୟରେ ଆଜି ତିନି ତିନିଟି ସଡ଼କ ଦୁର୍ଘଟଣା: ୩ ମୃତ, ୩୫ ଆହତ

କୋରାପୁଟ/ବାରିପଦା/କେନ୍ଦୁଝର – ଓଡ଼ିଶାରେ ଦୁର୍ଘଟଣା ପରେ ଦୁର୍ଘଟଣା । ଦିଗପହଣ୍ଡି ପରେ ଆଜି ଆଉ ତିନିଟି ଛୋଟ ବଡ଼ ସଡ଼କ ଦୁର୍ଘଟଣାରେ ଘଟିଛି । ଆଜି ସକାଳେ କୋରାପୁଟ ଜିଲ୍ଲା ପଟାଙ୍ଗୀ ନିକଟରେ କାର୍ ଓ ଏକ ଏସିଡ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ହୋଇଛି ।

ଏଣେ ବାରିପଦା ମେଡିକାଲ କଲେଜ ରଙ୍ଗାମାଟିଆ ଛକରେ ଭାରସାମ୍ୟ ହରାଇ ଏକ ବସ୍ ଓଲଟି ପଡିବାରୁ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ପିଆରଏମ୍ ମେଡିକାଲରେ ଭର୍ତ୍ତି କରାଯାଇଛି। ବସ୍‌ଟି ବାଲେଶ୍ବରର ଚନ୍ଦନେଶ୍ବରରୁ ବାରିପଦା ଆସୁଥିଲା ।

କେନ୍ଦୁଝର ପାଟଣା ସାହାରପଡ଼ା ଫାଣ୍ଡି ନିକଟରେ ଭାରସାମ୍ୟ ହରାଇ ଏକ ବରଯାତ୍ରୀ ଭ୍ୟାନ୍ ଗଛରେ ପିଟି ହୋଇଯିବାରୁ ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।

Comments are closed.