ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଯୁକ୍ତ ୩ ଷଷ୍ଠ ସେମିଷ୍ଟର୍‌ ପରୀକ୍ଷାଫଳ ପ୍ରକାଶିତ

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପରିଚାଳିତ ଯୁକ୍ତ ତିନି ଷଷ୍ଠ ସେମିଷ୍ଟର୍‌ ପରୀକ୍ଷା ଫଳ ବୁଧବାର ସନ୍ଧ୍ୟାରେ ପ୍ରକାଶ ପାଇଛି। ରେଗୁଲାର୍‌ ଓ ବ୍ୟାକ୍‌ ପେପର୍ ପରୀକ୍ଷାର ଫଳ ପ୍ରକାଶିତ ହୋଇଛି। କଳା ବିଭାଗରେ ୧୩୧୬୨ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୨୪୯୬ ଜଣ (୯୪.୯୪ ପ୍ରତିଶତ) ପାସ୍‌ କରିଛନ୍ତି। ବିଜ୍ଞାନରେ ୫୮୧୬ ଜଣଙ୍କ ମଧ୍ୟରୁ ୫୩୭୭ ପରୀକ୍ଷାର୍ଥୀ (୯୨.୪୫ ପ୍ରତିଶତ) କୃତକାର୍ଯ୍ୟ ହୋଇଛନ୍ତି। ସେହପରି ବାଣିଜ୍ୟରେ ପରୀକ୍ଷା ଦେଇଥିବା ୧୨୯୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୧୩୩ ଜଣ (୮୭.୮୩ ପ୍ରତିଶତ) ଉତ୍ତୀର୍ଣ୍ଣ ହୋଇଥିବା ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଡ. ଏସ୍‌.ଏନ୍‌.କୁଣ୍ଡୁ ଏକ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି।

Comments are closed.