ଭୁବନେଶ୍ୱରରେ ଗୁଳିମାଡ, ବିଜେଡି କର୍ପୋରେଟରଙ୍କ ଭାଇ ଆହତ

ଭୁବନେଶ୍ୱର – ରାଜଧାନୀର ଲକ୍ଷ୍ମୀସାଗର ଅଞ୍ଚଳରେ ଗୁଳିମାଡ। ଏଥିରେ ଦୁଇଜଣ ଆହତ ହୋଇଛନ୍ତି। ଜଗନ୍ନାଥ ନଗର ପ୍ରଜାପତି ମଣ୍ଡପ ଆଗରେ ହୋଇଥିବା ଗୁଳିମାଡରେ ୩୨ ନମ୍ବର ୱାର୍ଡର ବିଜେଡି କର୍ପୋରେଟରଙ୍କ ଭାଇ ଶିଖର ଜେନା ଓ ତାଙ୍କ ପୁଅ ଆଲୋକ ଆହତ ହୋଇଛନ୍ତି । ରାସ୍ତାରେ ସାଇଡମରାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଏହି ଗୁଳ ମାଡ ହୋଇଥିବା ଜଣାପଡିଛି। ପୋଲିସ ବନ୍ଧୁକ ଜବତ କରିବା ସହ ଜଣଙ୍କୁ ଅଟକ ରଖିଛି ।

Comments are closed.