ଠିଆ ହୋଇଥିବା ଟ୍ରକକୁ ପିଟିଲା ଓଏସଆରଟିସି ବସ୍, ୮ ଆହତ

ସମ୍ବଲପୁର – ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅଞ୍ଚଳରେ ଆଜି ଭୋରରେ ଏକ ସଡକ ଦୁର୍ଘଟଣାରେ ୫ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଜମନକିରା ଥାନା ବାଇପାସ୍‌ ରାସ୍ତାରେ କେନ୍ଦୁଝରରୁ ବଲାଙ୍ଗୀର ଅଭିମୁଖେ ଯାଉଥିବା ଓଏସଆରଟିସି ବସ୍‌ ରାସ୍ତାରେ ଠିଆ ହୋଇଥିବା ଏକ ଟ୍ରକ୍‌କୁ ପିଟିଥିଲା। ଏଥିଯୋଗୁଁ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବସ ଡ୍ରାଇଭର ସମେତ ୮ ଜଣ ଆହତ ହୋଇଛନ୍ତି । ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତରମାନଙ୍କୁ ବୁର୍ଲା ଭିମସାରରେ ଭର୍ତ୍ତି କରାଯାଇଛି ।

Comments are closed.