ଆସନ୍ତା ୧୦ରୁ ଝାରସୁଗୁଡ଼ାରୁ ବଢିବ ବିମାନ ସେବା

ଝାରସୁଗୁଡ଼ା -ଝାରସୁଗୁଡ଼ାରୁ ଆସନ୍ତା ୧୦ ତାରିଖରୁ ବିମାନ ସେବା ବଢିବ । ଝାରସୁଗୁଡ଼ାରୁ କୋଲକାତା ଏବଂ ବିଶାଖାପାଟଣାକୁ ବିମାନ ସେବା ଆରମ୍ଭ କରିବ ସ୍ପାଇସ୍ ଜେଟ୍ । ସପ୍ତାହରେ ଚାରିଦିନ ଝାରସୁଗୁଡାରୁ ବେଙ୍ଗାଳୁରୁ ଏବଂ ଚେନ୍ନାଇକୁ ସ୍ପାଇସ୍ ଜେଟ ବିମାନ ସେବା ଯୋଗାଇବ ବୋଲି ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଚାରିଟି ସ୍ଥାନକୁ ବିମାନସେବା ଯୋଗାଇବାକୁ ସ୍ପାଇସ୍ ଜେଟ ପ୍ରସ୍ତାବ ଦେଇଥିଲା । ଯାହାକୁ ଗ୍ରହଣ କରିଛନ୍ତି ଝାରସୁଗୁଡ଼ା ବିମାନ ବନ୍ଦର କର୍ତ୍ତୃପକ୍ଷ ।

Comments are closed.