ରାଜ୍ୟ ରିଏଲ ଇଷ୍ଟେଟ ଅପିଲେଟ୍ ଟ୍ରିବ୍ୟୁନାଲର ନୂଆ ଅଧ୍ୟକ୍ଷ ଭାବେ ଯୋଗ ଦେଲେ ପ୍ରମଥ ପଟ୍ଟନାୟକ

ଭୁବନେଶ୍ୱର – ଓଡିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ପ୍ରମଥ ପଟ୍ଟନାୟକ ରାଜ୍ୟ ରିଏଲ ଇଷ୍ଟେଟ ଅପିଲେଟ୍ ଟ୍ରିବ୍ୟୁନାଲର ନୂଆ ଅଧ୍ୟକ୍ଷ ଭାବେ ଆଜି ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହାର ପ୍ରଥମ ଅଧ୍ୟକ୍ଷ ଜଷ୍ଟିସ ସୁବାଷ ଚନ୍ଦ୍ର ପରିଜାଙ୍କ କାର୍ଯ୍ୟକାଳ ଜୁନ ୩୦ରେ ଶେଷ ହୋଇଛି। ସେ ୨୦୧୯ ଫେବ୍ରୁଆରୀ ୬ରେ ଅଧ୍ୟକ୍ଷ ଭାବେ ଯୋଗ ଦେଇଥିଲେ।

ପ୍ରମଥ ପଟ୍ଟନାୟକ ୧୯୮୬ରୁ ଓକିଲାତି ଜୀବନ ଆରମ୍ଭ କରିଥିଲେ। ସେ ୨୦୧୪ ସେପ୍ଟେମ୍ବରରେ ଓଡିଶା ହାଇକୋର୍ଟରେ ଅତିରିକ୍ତ ବିଚାରପତି ଭାବେ ଯୋଗ ଦେଇଥିଲେ। ସେ ଝାଡ଼ଖଣ୍ଡ ହାଇକୋର୍ଟରେ ମଧ୍ୟ କାର୍ଯ୍ୟ କରିଥିଲେ। ଓଡିଶା ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ୨୦୨୧ରେ ଅବସର ଗ୍ରହଣ କରିଥିଲେ ପ୍ରମଥ ପଟ୍ଟନାୟକ।

Comments are closed.