ସମ୍ବଲପୁର ଜିଲ୍ଲା ପର୍ଯ୍ୟବେକ୍ଷକ ବବି ଦାସଙ୍କୁ ଭବ୍ୟ ସମ୍ବର୍ଦ୍ଧନା, କର୍ମୀଙ୍କୁ ଗୁରୁମନ୍ତ୍ର

ସମ୍ବଲପୁର : ସମ୍ବଲପୁରର ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ବ ମିଳିବା ପରେ ପ୍ରଥମ କରି ଜିଲ୍ଲା ଗସ୍ତରେ ଆସିଥିବା ବିଜେଡି ସାଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କୁ ଆଜି ବିଭିନ୍ନ ସ୍ଥାନରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଭୁବନେଶ୍ବରରୁ ଶ୍ରୀ ଦାସ ଆଜି ସଡକ ପଥରେ ସମ୍ବଲପୁର ଆସିବା ବେଳେ ବାଟରେ ରେଢାଖୋଲରୁ ଆରମ୍ଭ କରି ଯୁଯୁମୁରା, ମାନେଶ୍ବର ଆଦି ସ୍ଥାନରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା। ଧନୁପାଲି ପହଞ୍ଚିବା ପରେ ଦଳୀୟ କର୍ମୀ ଓ ନେତା ଭବ୍ୟ ସ୍ବାଗତ କରିଥିଲେ। ଧନୁପାଲିରୁ ଏକ ବିରାଟ ବାଇକ ରାଲିରେ ତାଙ୍କୁ ମାଁ ସମଲେଶ୍ବରୀଙ୍କ ମନ୍ଦିରକୁ ନିଆଯାଇଥିଲା। ବାଟରେ ଜେଲଛକରେ ଶ୍ରୀ ଦାସ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସେଠାରୁ ପୁଣି ସହରର ମୁଖ୍ୟ ରାସ୍ତା ଦେଇ ବିରାଟ ପଟୁଆରରେ ଅଇଁଠାପାଲି ଦେଇ ମାଝିପାଲି ସ୍ଥିତ ବେଲକମ ରିସୋର୍ଟକୁ ଯାଇଥିଲେ। ସେଠାରେ ଉପସ୍ଥିତ ଦଳୀୟ ନେତା ଓ କର୍ମୀଙ୍କୁ ଆଗାମୀ ସାଧାରଣ ନିର୍ବାଚନ ପାଇଁ ବର୍ତ୍ତମାନ ଠାରୁ ପ୍ରସ୍ତୁତି ଆରମ୍ଭ କରିବାକୁ ଗୁରୁମନ୍ତ୍ର ଦେଇଥିଲେ।

ଏଥିରେ ଜିଲ୍ଲା ସଭାପତି ସିଦ୍ଧାର୍ଥ ଦାସ, ବିଧାୟକ ରୋହିତ ପୂଜାରୀ, ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ, ପୂର୍ବତନ ଉପନଗରପାଳ ସିଦ୍ଧାର୍ଥ ସାହା, ପ୍ରମୋଦ ରଥ, ସମଲେଶ୍ବରୀ ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ସଞ୍ଜୟ ବାବୁ ପ୍ରମୁଖଙ୍କ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ।

Comments are closed.