ଆଇପିଏସ ଅଫିସର ସାଗରିକା ନାଥଙ୍କ ବାପାମାଆଙ୍କୁ ଆକ୍ରମଣ ଅଭିଯୋଗ

ଭୁବନେଶ୍ୱର – ଆଇପିଏସ ଅଫିସର ସାଗରିକା ନାଥଙ୍କ ବାପାମାଆଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଘାଟିକିଆ ରାସ୍ତାରେ ସେମାନଙ୍କୁ ଆକ୍ରମଣ କରି ଲୁଟପାଟ କରିଛନ୍ତି ଦୁର୍ବୃତ୍ତ। ଆମ୍ରି ହସ୍ପିଟାଲ ନିକଟ ସତ୍ୟସାଇ ଏନକ୍ଲେଭ ସ୍ଥିତ ଘରକୁ ଫେରୁଥିବା ବେଳେ ସାଗରିକା ନାଥଙ୍କ ବାପାମାଆଙ୍କୁ ଆକ୍ରମଣ ହୋଇଛି। ୨ ଦୁର୍ବୃତ୍ତ ବାଇକ୍‌ରେ ଆସି କାର୍‌ ଅଟକାଇ ଆକ୍ରମଣ କରି ଲୁଟପାଟ କରିବାକୁ ଉଦ୍ୟମ କରୁଥିବା ବେଳେ

ସାଗରିକାଙ୍କ ବାପା ପ୍ରତିରୋଧ କରିବାରୁ ଦୁର୍ବୃତ୍ତମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏ ନେଇ ଭରତପୁର ଥାନାରେ ଏତଲା ପରେ ପୋଲିସର ତଦନ୍ତ ଆରମ୍ଭ ହୋଇଛି ।

Comments are closed.