ସୁନ୍ଦରଗଡ଼ – ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ରିମାଣ୍ଡ ଶେଷ ହେଲା ପରେ ଜେଲ୍ ଯାଇଛନ୍ତି ନବରଙ୍ଗପୁରର ପୂର୍ବତନ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ । ୫ ଦିନିଆ ରିମାଣ୍ଡ ଶେଷ ହେବା ପରେ ତାଙ୍କୁ ସୁନ୍ଦରଗଡ଼ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ପରେ ତାଙ୍କୁ ସୁନ୍ଦରଗଡ଼ ଜେଲ୍ ପଠାଇ ଦିଆଯାଇଛି । ରିମାଣ୍ଡ ବେଳେ ପ୍ରଶାନ୍ତଙ୍କ ଆହୁରି ସଂପତ୍ତି ଠାବ କରିଛି ଭିଜିଲାନ୍ସ ।
୨ଟି ବେନାମୀ ପ୍ଲଟ ସମେତ ଭଦ୍ରକ, ଭୁବନେଶ୍ୱରରେ ୩ଟି ପ୍ଲଟ ଠାବ ହୋଇଛି। ୬ଟି ବେନାମୀ ଆକାଉଣ୍ଟରେ ୧ କୋଟି ୨୦ ଲକ୍ଷ ଟଙ୍କା ଡିପୋଜିଟ ହୋଇଛି। ପୂର୍ବରୁ ୫ କୋଟି ୨୧ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ମିଳିଥିଲା, ଯାହା ନିଜସ୍ୱ ଆୟ ତୁଳନାରେ ୫୦୬ ପ୍ରତିଶତ ଅଧିକ ଥିଲା ।
Comments are closed.