ଯାମିନୀ ଷଡ଼ଙ୍ଗୀ ଓଏଭି ସଂଗଠନର ନୂଆ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ନୃସିଂହ ଚରଣ ସ୍ୱାଇଁ ବୌଦ୍ଧ ଜିଲ୍ଲାପାଳ

ଭୁବନେଶ୍ୱର – ୨୦୦୮ ବ୍ୟାଚ ଆଇଏଏସ ଯାମିନୀ ଷଡ଼ଙ୍ଗୀଙ୍କୁ ରାଜ୍ୟ ସରକାର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି। ଯାମିନୀ ପ୍ରାୟ ବର୍ଷେ ହେବ ଷ୍ଟଡି ଲିଭରେ ଥିଲେ ।

ନୂଆ ନିଯୁକ୍ତି ସହ ଅର୍ଥ ବିଭାଗର ଅତିରିକ୍ତ ସଚିବ ଭାବେ ମଧ୍ଯ ଦାୟିତ୍ୱ ତୁଲାଇବେ ଯାମିନୀ । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ପଦୋନ୍ନତିପ୍ରାପ୍ତ ଆଇଏଏସ୍ ୨୦୧୨ ବ୍ୟାଚର ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି । ଧର୍ମଗଡ଼ ଉପଜିଲ୍ଲାପାଳ ତଥା ଧର୍ମଗଡ଼ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ୨୦୨୦ ବ୍ୟାଚ୍ ଆଇଏଏସ୍ ବେଦଭୂଷଣଙ୍କୁ ସମ୍ବଲପୁର ମହାନଗର ନିଗମର କମିଶନର ଭାବେ ବଦଳି ହୋଇଛି ।

ବରିଷ୍ଠ ଓଏଏସ୍ ତଥା ଅର୍ଥ ବିଭାଗ ସ୍ୱତନ୍ତ୍ର ସଚିବ ନୃସିଂହ ଚରଣ ସ୍ୱାଇଁଙ୍କୁ ବୌଦ୍ଧ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ସେ ଜୁନ ୩୦ରେ ଅବସର ନେଇଥିବା ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁଙ୍କ ସ୍ଥାନ ନେବେ ।

Comments are closed.