ବସ୍ ସହ ଅଟୋ ଧକ୍କା: ୩ ଗୁରୁତର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଠାରୁ ପୁରୀ ଯାଉଥିବା ଓଡ଼ିଶା ରାଜ୍ୟ ପରିବହନ ନିଗମ (ଓଏସ୍ଆରଟିସି) ବସ୍ ସହ ଅଟୋର ଧକ୍କା ଘଟିଛି। ମଙ୍ଗଳବାର ସକାଳେ ହିଞ୍ଜିଳିକାଟୁ ବ୍ଲକ୍ ତଥା ପୁରୁଷୋତ୍ତମପୁର ଥାନା ଧୋବାଡି ପାଟପୁର ନିକଟରେ ଏହି ଦୁର୍ଘଟଣା ଘଟିଛି। ବସ୍ ଧକ୍କାରେ ଅଟୋଟି ରାସ୍ତା କଡକୁ ଖସି ଯାଇଥିଲା। ଏଥିରେ ୩ ଅଟୋ ଯାତ୍ରୀ ଗୁରୁତର ହୋଇଛନ୍ତି। ଆହତମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୁରୁଷୋତ୍ତମପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।

Comments are closed.