ଯୁକ୍ତ ଦୁଇ ପ୍ରଥମ କଟ୍ ଅଫ୍ ମାର୍କ: କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଆଗୁଆ

ଭୁବନେଶ୍ୱର – ଆଜି ପ୍ରକାଶ ପାଇଛି ଯୁକ୍ତ ଦୁଇ ପ୍ରଥମ କଟ୍‌ଅଫ ମାର୍କ । ପ୍ରଥମ ପର୍ଯ୍ୟାୟରେ ୪ ଲକ୍ଷ ୧୨ ହଜାର ୩୬୮ ଛାତ୍ରଛାତ୍ରୀ ନାମ ଲେଖାଇ ପାରିବେ। ଏଥିମଧ୍ୟରୁ କଳାରେ ସର୍ବାଧିକ ୨ ଲକ୍ଷ ୫୩ ହଜାର ୧୭୮, ବିଜ୍ଞାନରେ ୧ ଲକ୍ଷ ୨୧ ହଜାର ୨୩, ବାଣିଜ୍ୟରେ ୨୫,୧୬୮ ଜଣ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି। ଦ୍ଵିତୀୟ ଓ ସ୍ପଟ୍ ଆଡମିଶନ ପାଇଁ ୫୯,୯୧୧ ପିଲା ଅଛନ୍ତି।

କଳା, ବାଣିଜ୍ୟ ଓ ବିଜ୍ଞାନରେ ରେଭେନ୍ସା କଲେଜ ଆଗରେ ରହିଛି । ବିଜ୍ଞାନରେ ୯୧.୬୭ ପ୍ରତିଶତ, କଳାରେ ୮୦ ପ୍ରତିଶତ, ବାଣିଜ୍ୟରେ ୭୯.୨୦ ପ୍ରତିଶତ କଟ୍ ଅଫ୍ ରହିଛି।
କଳା ଓ ବାଣିଜ୍ୟରେ ୨ୟ ସର୍ବାଧିକ ରାଉରକେଲା କଲେଜ ରହିଛି।

ଯୁକ୍ତ ଦୁଇ ବିଜ୍ଞାନରେ ରେଭେନ୍ସାରେ ସର୍ବାଧିକ କଟ୍‌ ଅଫ୍‌ ୯୧.୬୭ ପ୍ରତିଶତ ରହିଛି। ଦ୍ଵିତୀୟ ସର୍ବାଧିକ କଟ୍‌ ଅଫ୍ ଫକୀର ମୋହନ କଲେଜର ରହିଛି। ବାଲେଶ୍ବର ଫକୀର ମୋହନ କଲେଜ କଟ୍‌ ଅଫ୍ ୯୦ ପ୍ରତିଶତ ଥିବା ବେଳେ ତୃତୀୟ କଟ୍‌ ଅଫ୍ ଭୁବନେଶ୍ବର ବିଜେବି କଲେଜର ୮୯ ପ୍ରତିଶତ ରହିଛି।

ଯୁକ୍ତ ଦୁଇ ବାଣିଜ୍ୟରେ ରେଭେନ୍ସାରେ ସର୍ବାଧିକ କଟ୍‌ ଅଫ୍‌ ୭୯.୨୦ ପ୍ରତିଶତ ରହିଛି। ଦ୍ୱିତୀୟ ସର୍ବାଧିକ କଟ୍‌ ଅଫ୍ ରାଉରକେଲା ସରକାରୀ କଲେଜର ୭୭.୩୩ ପ୍ରତିଶତ ରହିଛି।ତୃତୀୟ ସର୍ବାଧିକ କଟ୍‌ ଅଫ୍‌ ଭୁବନେଶ୍ବର ବିଜେବି କଲେଜର ୭୩ ପ୍ରତିଶତ ରହିଛି।

Comments are closed.