ଲାଞ୍ଚ ନେବାବେଳେ ସୁକିନ୍ଦା ଥାନା ଏସଆଇଙ୍କୁ ଧରିଲା ଭିଜିଲାନ୍ସ

ଯାଜପୁର-ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ଏସ୍ଆଇ । ଜଣେ ଗାଡି ମାଲିକଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ସୁକିନ୍ଦା ଥାନାର ଏସଆଇ ନିର୍ମଳ ଚନ୍ଦ୍ର ସେନାପତିଙ୍କୁ ଧରିଛି ଭିଜିଲାନ୍ସ।

ସୁକିନ୍ଦା ତହସିଲଦାର ଦମୟନ୍ତୀ ସାହୁ ସୁକିନ୍ଦା ଏକ ବାଲି ବୋଝେଇ ହାଇୱା ଜବତ କରି ଥାନାରେ ଜିମା ଦେଇଥିଲେ। ସେହି ହାଇୱା ଜବତ ଘଟଣାରେ ବୁଧବାର ଦିନ ସୁକିନ୍ଦା ପୁଲିସ ଏକ ମାମଲା ରୁଜୁ କରି ବାଲି ଗାଡି ଚାଳକ ମନୋହରପୁର ଗ୍ରାମର ପ୍ରକାଶ ସିଂଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେହି ବାଲି ବୋଝେଇ ଗାଡ଼ିକୁ ଥାନାରୁ ଖଲାସ କରିବା ନିମନ୍ତେ ଗାଡି ମାଲିକଙ୍କ ଠାରୁ ସୁକିନ୍ଦା ଥାନାର ଏସ୍‌ଆଇ ନିର୍ମଳ ସେନାପତି ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ କଟକ ଭିଜିଲାନ୍ସ ଟିମ ହାତରେ ଧରାପଡ଼ିଥିଲେ। ଏହି ଘଟଣାରେ ଭିଜିଲାନ୍ସ ଟିମ ଏସ୍‌ଆଇଙ୍କ ବାସଗୃହରେ ଚଢ଼ଉ କରିଛି ।

Comments are closed.