ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରିଣୀରେ ନବୀନ ଦେଲେ ନିର୍ବାଚନୀ ମନ୍ତ୍ର

ଭୁବନେଶ୍ୱର – ୨୦୨୪ ନିର୍ବାଚନ ପାଇଁ ବିଜେଡିର ପ୍ରସ୍ତୁତି। ଏ ପରିପ୍ରେକ୍ଷୀରେ ଆଜି ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଛି। କାର୍ଯ୍ୟକାରିଣୀରେ ଭିଡିଓ କନଫରେନ୍ସିଂ ଜରିଆରେ ସାମିଲ ହୋଇଥିଲେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶଙ୍ଖ ଭବନରେ ଅନୁଷ୍ଠିତ ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀରେ ପାରିତ ହୋଇଛି ରାଜନୈତିକ ଓ ସାଂଗଠନିକ ପ୍ରସ୍ତାବ । ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ କାମ ପାଇଁ ଧନ୍ୟବାଦ ଜଣାଇବା ସହ ରାଜ୍ୟ ପ୍ରତି କେନ୍ଦ୍ର ଅବହେଳା ବିରୋଧରେ ବର୍ଷିଛନ୍ତି ଯୁବ ବିଜେଡି ନେତା ।

ଭିଡିଓ ବାର୍ତ୍ତା ଦେଇ ବିଜେଡି ସୁପ୍ରିମୋ କହିଛନ୍ତି, ରାଜ୍ୟ ବିକାଶରେ ଯୁବ ସମାଜର ଭୂମିକା ଗୁରୁତ୍ୱପୂର୍ଣ୍ଣ । ବିକାଶ କାର୍ଯ୍ୟରେ ଯୁବ ବର୍ଗ ଅଧିକ ସଂଖ୍ୟାରେ ଯୋଡ଼ି ହେଲେ ସଶକ୍ତ ଓଡ଼ିଶା ଗଠନ ହେବ ।

ଆଗାମୀ ନିର୍ବାଚନରେ ସମସ୍ତ ୧୪୭ଟି ବିଧାନସଭା ଆସନରେ ବିଜେଡିକୁ ବିଜୟୀ କରିବା ପାଇଁ କାର୍ଯ୍ୟ କରାଯିବ ବୋଲି ବିଜୁ ଯୁବ ଜନତା ଦଳର ସଭାପତି ବ୍ୟୋମକେଶ ରାୟ କହିଛନ୍ତି।

Comments are closed.