ପାତାଳୀ ଶ୍ରୀକ୍ଷେତ୍ର ମନ୍ଦିରରୁ ଚୋରି, ହୁଣ୍ଡି ତାଲା କାଟିଦେଲେ ଦୁର୍ବୃତ୍ତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା କୋଟ ସମଲେଇ ପାତଳୀ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ହୁଣ୍ଡିରୁ ତାଲା କାଟି ଚୋରି ହୋଇଛି । ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ବୀରମହାରାଜପୁର ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ସୂଚନା ମତେ ଆଜି ପୂଜକ ମନ୍ଦିର ଆସିବା ବେଳେ ହୁଣ୍ଡି କଟା ଯାଇଥିବା ଦେଖିବାକୁ ପାଇ କମିଟିକୁ ଯୋଗାଯୋଗ କରି ପୁଲିସକୁ ଖବର ଦେଇଥିଲେ । ପ୍ରକାଶ ଥାଉକି ଏଠାରେ ବାରମ୍ବାର ଏଭଳି ଚୋରି ବୃଦ୍ଧି ପାଉ ଥିବାରୁ ପୁଲିସ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ମନ୍ଦିର କମିଟି ଦାବି କରିଛି ।

Comments are closed.