ରାଜଧାନୀର କମ୍ପାନୀକୁ ୧୪ କୋଟି ଟଙ୍କା ଠକିଥିବା ମାମଲାରେ ଜଣେ ଗିରଫ

ଭୁବନେଶ୍ବର – ଏକ କମ୍ପାନୀର କ୍ୟୁ. ଆର. କୋଡ୍ ବ୍ୟବହାର କରି ୧୪ କୋଟିରୁ ଅଧିକ ଟଙ୍କା ଠକେଇ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା -ଇଓଡବ୍ଲୁ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତର ନାମ କରଣ କୁମାର ସିଂହ ବୋଲି ଜଣାଯାଇଛି। ତାର ଘର ଉତ୍ତର ପ୍ରଦେଶର ନୋଏଡାରେ। କରଣକୁ ଗିରଫ କରାଯିବା ପରେ ପ୍ରଥମେ ଗୌତମବୁଦ୍ଧ ନଗର ସିଜେଏମଙ୍କ କୋର୍ଟରେ ହାଜର କରାଯାଇଥିଲା। ଏହାପରେ ତାକୁ ଭୁବନେଶ୍ବର ଅଣାଯାଇଛି ।

ଭୁବନେଶ୍ୱରର ଫିଣ୍ଟେକ୍ କମ୍ପାନି ‘ଆଇ ସର୍ଭ ୟୁ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡର ମୁଖ୍ୟ ବୈଷୟିକ ଅଧିକାରୀ ସଞ୍ଜୀବ କୁମାର ପରିଡ଼ାଙ୍କ ଅଭିଯୋଗ ପରେ ଇଓଡବ୍ଲୁ କରଣକୁ ଗିରଫ କରିଛି।

Comments are closed.