ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଉପରେ ଚଢାଉ

ସମ୍ବଲପୁର: ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଉପରେ ପୁଲିସକୁ ବଡ ଧରଣର ସଫଳତା। ସମ୍ବଲପୁର ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ୮ଟି ବନ୍ଧୁକ ଓ ୨୨ଟି ଅଫୁଟା ଗୁଳି ଜବତ କରାଯାଇଛି। ଆଉ ଏଥିରେ ସଂପୃକ୍ତ ୬ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ସମ୍ବଲପୁର ଜିଲ୍ଲାରେ ଅପରାଧୀମାନେ ବେଆଇନ ଅସ୍ତ୍ରଶସ୍ତ୍ର କାରବାର କରୁଥିବା ନେଇ ପୁଲିସ ପାଖରେ ସୂଚନା ଥିଲା। ଏନେଇ ଦୁଇ ଦିନ ଧରି ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରିବା ପରେ ୬ ଅପରାଧୀଙ୍କୁ ଗିରଫ କରିଛି ପୁଲିସ । ସେମାନଙ୍କ ଠାରୁ ୮ ଟି ବନ୍ଧୁକ, ୨୨ ଟି ଜୀବନ୍ତ ଗୁଳି, ଖଣ୍ଡା ସହ ୧୧ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି । ଗିରଫ ଅଭିଯୁକ୍ତ ହେଲେ ଏମଡି ମୌସିନ, ଏମଡି ସମଶେର, ମୁନୁ ପାଣ୍ଡେ, ମୋହିତ ପାଶ୍ୱାନ, ସନ୍ତୋଷ ମହାରଣା ଏବଂ ଏମଡି ଅହମ୍ମଦ। ଜିଲ୍ଲା ସମେତ ଅନ୍ଯ ଜିଲ୍ଲାରେ ଏମାନଙ୍କ ନାଁରେ ବହୁ ଅପରାଧିକ ମାମଲା ରହିଛି। ଅନ୍ଯ ରାଜ୍ୟରୁ ଏହି ଅସ୍ତ୍ରଶସ୍ତ୍ର ଆଣି ସମ୍ବଲପୁର ସମେତ ବିଭିନ୍ନ ଜିଲ୍ଲାରେ ବିକ୍ରି କରୁଥିବା ପୁଲିସ ସୂଚନା ଦେଇଛି। ଏପରିକି କଞ୍ଚାମାଲ ଆଣି ନିଜେ ବି ବନ୍ଧୁକ ତିଆରି କରୁଥିବା ଏସପି ମୁକେଶ ଭାମୁ ସୂଚନା ଦେଇଛନ୍ତି।

Comments are closed.