ହଷ୍ଟେଲରୁ ଯୁକ୍ତ ଦୁଇ କଲେଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ବାଲେଶ୍ୱର – ବାଲେଶ୍ୱର ସହର ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ଥିବା ଏକ ଘରୋଇ ଆବାସିକ କଲେଜରେ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ସେ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରୀ ଥିଲେ । ଗତ ବିଳମ୍ବିତ ରାତିରେ କଲେଜ କ୍ୟାମ୍ପସରେ ଥିବା ଛାତ୍ରୀନିବାସରେ ଛାତ୍ରୀଙ୍କ ମୃତଦେହ ଦେଖିବାକୁ ମିଳିଥିଲା ।

ମୃତ ଛାତ୍ରୀଜଣଙ୍କ ହେଲେ ସମୀକ୍ଷା ମହାନ୍ତି । ସେ ନୀଳଗିରି ଥାନା ସନ୍ତରାଗଡ଼ିଆ ଅଞ୍ଚଳର ବାଙ୍କବିହାରୀ ମହାନ୍ତିଙ୍କ ଝିଅ। ସମୀକ୍ଷାଙ୍କ ମୃତ୍ୟୁର କାରଣ ଜଣା ପଡ଼ିନାହିଁ। ଘଟଣାସ୍ଥଳରେ ଛାତ୍ରୀଙ୍କ ପରିବାର ଲୋକ ପହଞ୍ଚି ମୃତ୍ୟୁର କାରଣ ଜାଣିବାକୁ ଦାବି କରିଛନ୍ତି। ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.