ଡବ୍ଲୁଓଡିସି ପକ୍ଷରୁ ୫ଟି ମୁଖ୍ୟମନ୍ତ୍ରୀ ସଭା ଗୃହ ପାଇଁ ୪୮.୪୮ ଲକ୍ଷ ମଞ୍ଜୁର

ସମ୍ବଲପୁର : ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ଆଜି ସମ୍ବଲପୁର ଜିଲ୍ଲାରେ ୫ଟି ମୁଖ୍ୟମନ୍ତ୍ରୀ ସଭାଗୃହ ନିର୍ମାଣ ପାଇଁ ୪୮.୪୮ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଏନେଇ ଆଜି ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି।

ଆଜି ମଞ୍ଜୁର ହୋଇଥିବା ଏହି ଅନୁଦାନ ରାଶିରୁ ମାନେଶ୍ବର ବ୍ଲକର ସାହାସପୁର ପଞ୍ଚାୟତ ମୁଖ୍ୟାଳୟରେ ୧୦ ଲକ୍ଷ, ପରମାଣପୁର ପଞ୍ଚାୟତ ମୁଖ୍ୟାଳୟରେ ୨୨ ଲକ୍ଷ ୩୬ ହଜାର ଏବଂ ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ କ୍ଷେତରାଜପୁର ୱାର୍ଡ ନମ୍ବର ୨୩ରେ ୮ ଲକ୍ଷ ୧୦ ହଜାର ଟଙ୍କା, ୱାର୍ଡ ନମ୍ବର ୩୪ରେ ୩ ଲକ୍ଷ ୨୨ହଜାର ୮୦୦ ଟଙ୍କା ଏବଂ ମିର୍ଗାମୁଣ୍ଡା ୱାର୍ଡ ନମ୍ବର ୪୦ରେ ୪ ଲକ୍ଷ ୭୯ ହଜାର ୨୭୩ ଟଙ୍କା ବିନିମୟରେ ୫ଟି ମୁଖ୍ୟମନ୍ତ୍ରୀ ସଭା ଗୃହ ନିର୍ମାଣ ହେବ। ମୁଖ୍ୟମନ୍ତ୍ରୀ ସଭାଗୃହ ମୁଖ୍ୟମନ୍ତ୍ରୀଙ୍କ ଏକ ଉତ୍ତମ ପରିକଳ୍ପନାର ପ୍ରତିରୂପ। ବିଭିନ୍ନ ପଡା ଓ ବସ୍ତିରେ ଏହି ଗୃହ ନିର୍ମାଣ କରି ଅଞ୍ଚଳର ଲୋକଙ୍କୁ ଏକାଠି କରି ବିଭିନ୍ନ ସମସ୍ୟା ସଂପର୍କିତ ଆଲୋଚନାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ଦ୍ବାରା ଅନେକ ଧାର୍ମିକ ଆଲୋଚନା ତଥା ବିଭିନ୍ନ ସଭା ସମିତି ଆୟୋଜନ ସକାଶେ ଏହାର ପରିକଳ୍ପନା କରାଯାଇଛି। ତେବେ, ଆଜିର ଏହି ଅନୁଦାନ ପାଇଁ ସଂପୃକ୍ତ ଅଞ୍ଚଳର ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଛନ୍ତି।

Comments are closed.