ବାହାନଗା ଟ୍ରେନ ଟ୍ରାଜେଡି : ଆଉ ଦୁଇ ରେଳ କର୍ମଚାରୀଙ୍କୁ ସିବିଆଇର ଜେରା, କାଲି ହାଜର ହୋଇପାରନ୍ତି ଷ୍ଟେସନ ମାଷ୍ଟର

ଭୁବନେଶ୍ୱର – ବାହାନଗା ବଜାର ଟ୍ରେନ ଦୁର୍ଘଟଣା ନେଇ ଆଉ ଦୁଇ ରେଳ କର୍ମଚାରୀଙ୍କୁ ସିବିଆଇ ଜେରା କରିଥିବା ସୂଚନା ମିଳିଛି। ପୂର୍ବରୁ ଏହି କର୍ମଚାରୀଙ୍କୁ ସମନ କରିଥିଲା ସିବିଆଇ । ବାହାନଗା ଷ୍ଟେସନ ପରିସରରେ ସେମାନଙ୍କୁ ଜେରା କରାଯାଇଥିବା ସୂଚନା ମିଳିଛି ।

ଅନ୍ୟ ତିନି କର୍ମଚାରୀଙ୍କୁ ମଧ୍ୟ ସିବିଆଇ ସମନ କରିଥିବା ଜଣାପଡିଛି । ଏଣେ ଆସନ୍ତାକାଲି ଜେରା ପାଇଁ ସିବିଆଇ ଆଗରେ ହାଜର ହୋଇପାରନ୍ତି ବାହନଗା ଷ୍ଟେସନ ମାଷ୍ଟର । ୧୧ ତାରିଖ ସୁଦ୍ଧା ହାଜର ହେବାକୁ ପୂର୍ବରୁ ତାଙ୍କୁ ସମନ ଜାରି କରିଥିଲା ସିବିଆଇ । ଏଣେ ଗିରଫ ୩ ଅଭିଯୁକ୍ତଙ୍କୁ ରିମାଣ୍ଡ ଅବଧି ଭିତରେ ମୁହାଁମୁହିଁ ଜେରା କରାଯାଇଛି । ଗତକାଲି ରାତିରେ ୩ ଅଭିଯୁକ୍ତଙ୍କୁ ବାହନାଗା ଷ୍ଟେସନ ନିଆଯାଇଥିଲା । ରାତି ଅଧରେ ଷ୍ଟେସନରେ ଥିବା ସିଗ୍ନାଲିଂ ରୁମ ଓ ଷ୍ଟେସନ ମାଷ୍ଟରଙ୍କ ରୁମରେ ଛାନଭିନ କରିଥିଲା ସିବିଆଇ।

Comments are closed.