ଘାଟିରେ ଓଲଟିଲା ବସ୍, ୧୦ରୁ ଅଧିକ ଯାତ୍ରୀ ଆହତ

କେନ୍ଦୁଝର – କେନ୍ଦୁଝର ଆନନ୍ଦପୁର ଗୋଡଭଙ୍ଗା ଘାଟିରେ ଦୁର୍ଘଟଣା। ଏକ ଯାତ୍ରୀବାହୀ ବସ୍ ଘାଟିରେ ଓଲଟି ପଡିବାରୁ ୧୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି।

ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରୁ ଭୁବନେଶ୍ବର ଯାଉଥିବା ସାଇଶଙ୍କର ନାମକ ଏକ ଘରୋଇ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ପଛ ପଟୁ ଟ୍ରକ ଧକ୍କା ଦେବାରୁ ବସ୍ ଓଲଟି ପଡ଼ିଥିବା ଅନୁମାନ କରାଯାଉଛି। ଦୁର୍ଘଟଣାରେ ସମସ୍ତ ଆହତଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Comments are closed.