ବାହାନଗା ଟ୍ରେନ ଦୁର୍ଘଟଣା ମାମଲା: ସିବିଆଇ ଆଗରେ ଆଜି ହାଜର ହୋଇପାରନ୍ତି ଷ୍ଟେସନ ମାଷ୍ଟର

ଭୁବନେଶ୍ବର – ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ଗିରଫ ହୋଇଥିବା ତିନି ଅଭିଯୁକ୍ତଙ୍କ ସିବିଆଇ ରିମାଣ୍ଡ ଆଜି ଶେଷ ହେଉଛି। ସୋମବାର ଦିନ ସେମାନଙ୍କୁ ମାରାଥନ୍ ଜେରା କରିଥିଲା ସିବିଆଇ । ଏହା ସହ ବାହାନଗା ଷ୍ଟେସନ୍‌ର ୪ କର୍ମଚାରୀଙ୍କୁ ମଧ୍ୟ ଗିରଫ ଅଭିଯୁକ୍ତଙ୍କ ସହ ମୁହାଁମୁହିଁ ଓ ଅଲଗା ଅଲଗା ଜେରା କରାଯାଇଛି। ସେମାନେ ରିଲେ ରୁମ୍, ସିଗନାଲ୍ କର୍ମଚାରୀ ବୋଲି ଜଣାପଡ଼ିଛି।

କର୍ମଚାରୀମାନେ ଦେଇଥିବା ବୟାନ ଆଧାରରେ ଗିରଫ ତିନି ଅଭିଯୁକ୍ତଙ୍କୁ ପୃଥକ ପୃଥକ ଜେରା କରାଯାଇଥିଲା। ଆଜି ଷ୍ଟେସନ ମାଷ୍ଟର ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇପାରନ୍ତି । ଷ୍ଟେସନ ମାଷ୍ଟର ହାଜର ହେବା ପରେ ତାଙ୍କୁ ମଧ୍ୟ ଦୁର୍ଘଟଣାର ଗୁରୁତ୍ବପୂର୍ଣ୍ଣ ଦିଗକୁ ନେଇ ଜେରା କରାଯିବ।

ରେଳ ସୁରକ୍ଷା କମିସନର(ସିଆରଏସ୍)ଙ୍କ ରିପୋର୍ଟରେ ଦୁର୍ଘଟଣା ପାଇଁ ଷ୍ଟେସନ ମାଷ୍ଟରଙ୍କ ଅବହେଳାକୁ ମଧ୍ୟ ଦାୟୀ କରାଯାଇଛି।

Comments are closed.