ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି

ନୂଆଦିଲ୍ଲୀ – ପୁଣି ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭୁବନେଶ୍ବର, କଟକ ଓ ଭଦ୍ରକ ଗସ୍ତରେ ଯିବେ ରାଷ୍ଟ୍ରପତି।

୨୬ ତାରିଖ ସକାଳେ କଟକ ଚଣ୍ଡି ମନ୍ଦିରରେ ମା’ଙ୍କ ଦର୍ଶନ କରିବା ପରେ ମଧୁବାବୁ ଓ ନେତାଜୀଙ୍କ ବାସଭବନ ପରିଦର୍ଶନ କରିବେ ।

ରାଷ୍ଟ୍ରପତି ଓଡ଼ିଶା ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗ ଦେବେ । ଏଥିସହିତ ଏନ୍ଏଲୟୁର ସମାବର୍ତ୍ତନ ଓ ଏସସିବିର ବାର୍ଷିକ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି। ୨୭ ତାରିଖରେ ଭଦ୍ରକ ଜିଲ୍ଲା ଗସ୍ତ କରି ରାଷ୍ଟ୍ରପତି ଭଦ୍ରକ ସ୍ବୟଂ ଶାସିତ କଲେଜର ହୀରକ ଜୟନ୍ତୀରେ ଯୋଗ ଦେବେ ।

Comments are closed.