ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ

ଭୁବନେଶ୍ବର – ଶଙ୍ଖ ଭବନରେ ଆରମ୍ଭ ହୋଇଛି ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ । ଏଥିରେ ସମସ୍ତ ଜିଲ୍ଲା ସଭାପତି, ଜୋନ୍ ସଭାପତି ପ୍ରମୁଖ ଯୋଗ ଦେଇଛନ୍ତି। କାର୍ଯ୍ୟକାରିଣୀରେ ବିଭିନ୍ନ ପ୍ରସ୍ତାବ ଅନୁମୋଦିତ ହେବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକାରିଣୀରେ ରାଜନୈତିକ, ସାଙ୍ଗଠନିକ ପ୍ରସ୍ତାବ ଆସିବ ।

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଉଦବୋଧନ ଓ ଦିଗଦର୍ଶନ ଦେବେ । କାର୍ଯ୍ୟକ୍ରମରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ପ୍ରଣବ ବଳବନ୍ତରାୟ ଉପସ୍ଥିତ ରହିଛନ୍ତି ।

Comments are closed.