ନିଖୋଜ ଛାତ୍ର ଯୋଗେଶଙ୍କୁ ଡେଲାଙ୍ଗ ଜେନାପୁର ଷ୍ଟେସନ ନିକଟରୁ ଉଦ୍ଧାର କଲା ପୋଲିସ

ଭୁବନେଶ୍ବର – ଭୁବନେଶ୍ବରରୁ ନିଖୋଜ ହୋଇଥିବା ଛାତ୍ରଙ୍କୁ ଉଦ୍ଧାର କରିଛି ପୋଲିସ । ନିଖୋଜ ୧୬ ବର୍ଷୀୟ ଛାତ୍ର ଯୋଗେଶ ବାଲାଜୀଙ୍କୁ ଡେଲାଙ୍ଗ ଜେନାପୁର ଷ୍ଟେସନ ନିକଟରୁ ଉଦ୍ଧାର କରିଛି ମୈତ୍ରୀବିହାର ପୋଲିସ । ଯୋଗେଶଙ୍କୁ ମୁଣ୍ଡଜାମିନ ରଖି ଦୁର୍ବୃତ୍ତମାନେ ୩ ଲକ୍ଷ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି।

ଯୋଗେଶଙ୍କୁ ଖୋଜିବା ନେଇ ଗତକାଲି ଥାନା ଆଗରେ ତାଙ୍କ ବାପା ମା’ ଧାରଣାରେ ବସିଥିଲେ। ହ୍ବାଟ୍ସଆପରେ ତାଙ୍କୁ ମାରିଦେବା ପାଇଁ ମାରିଦେବାକୁ ଧମକ ଦିଆଯାଉଥିଲା। ପୁଅ ମିଳିବା ପରେ କମିଶନରେଟ ପୋଲିସକୁ ସାଧୁବାଦ ଜଣାଇଛନ୍ତି ପରିବାର ।
ଯୋଗେଶ କିଭଳି ନିଖୋଜ ହେଲେ, ସେ ନେଇ ତଦନ୍ତ ଚଳାଇଛି ପୋଲିସ । ଗତ ଗୁରୁବାର ଯୋଗେଶ ନିଖୋଜ ହୋଇଯାଇଥିବା ନେଇ ମୈତ୍ରୀବିହାର ଥାନାରେ ଅଭିଯୋଗ କରିଥିଲେ ତାଙ୍କ ପରିବାର ।

Comments are closed.