ଜୁନ୍ ପହିଲାରୁ ଜୁଲାଇ ୧୪ ମଧ୍ୟରେ ରାଜ୍ୟରେ ୨୪୮ . ୪ ମିଲିମିଟର ବର୍ଷା, ସ୍ୱାଭାବିକଠାରୁ ଯଥେଷ୍ଟ କମ୍

ଭୁବନେଶ୍ୱର – ଏ ବର୍ଷ ରାଜ୍ୟରେ ଜୁନ ପହିଲାରୁ ଜୁଲାଇ ୧୪ ତାରିଖ ଯାଏଁ ମୋଟ ବର୍ଷା ପରିମାଣ ୨୪୮ ଦଶମିକ ୪ ମିଲିମିଟର ରହିଛି, ଯାହା କି ସ୍ୱାଭାବିକ ହାର ୩୪୫ ଦଶମିକ ୫ ପ୍ରତିଶତ ଠାରୁ ଯଥେଷ୍ଟ କମ୍ । ଏହି ସମୟ ମଧ୍ୟରେ ଗୋଟିଏ ଜିଲ୍ଲାରେ ବୃଷ୍ଟିପାତ ହାର ଅତି ନିଅଣ୍ଟିଆ ଶ୍ରେଣୀରେ ରହିଛି। ୧୬ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି ।

ଜୁନ ପହିଲାରୁ ଜୁଲାଇ ୧୪ ମଧ୍ୟରେ ଗୋଟିଏ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଥିବା ବେଳେ ବାକି ୧୨ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ତଥ୍ୟ ଦିଆଯାଇଛି।

Comments are closed.