ଯୁକ୍ତ ତିନି ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ: ପଛରେ ପଡିଲେ ବିଜେବି ଓ ରେଭେନ୍ସା

ଭୁବନେଶ୍ବର – ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଯୁକ୍ତ ୩ରେ ନାମ ଲେଖା ପାଇଁ ପ୍ରଥମ ପର୍ଯ୍ୟାୟ କଟଅଫ ମାର୍କ ପ୍ରକାଶ ପାଇଛି। ବିଜ୍ଞାନ ପଢିବା ପାଇଁ ବିଜେବି ଓ ରେଭେନ୍ସା ଅପେକ୍ଷା ଏଥର ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ ହୋଇଛି ପୁରୀ ସାମନ୍ତ ଚନ୍ଦ୍ର ଶେଖର ସ୍ବୟଂଶାସିତ ମହାବିଦ୍ୟାଳୟ।

ଏଥର ରାଜ୍ୟର ପ୍ରମୁଖ ବିଜେବି ସ୍ବୟଂ ଶାସିତ ମହାବିଦ୍ୟାଳୟ ଓ ରେଭେନ୍ସା ବିଶ୍ବବିଦ୍ୟାଳୟକୁ ପଛରେ ପକାଇ ରାଜ୍ୟର ଅନ୍ୟ ମହାବିଦ୍ୟାଳୟଗୁଡ଼ିକର କଟଅଫ ମାର୍କ ଆଗରେ ରହିଛି। ବିଜ୍ଞାନରେ ପୁରୀ ସାମନ୍ତ ଚନ୍ଦ୍ର ଶେଖର ସ୍ବୟଂଶାସିତ ମହାବିଦ୍ୟାଳୟ -ଏସସିଏସର କଟଅଫ ଆଗରେ ରହିଛି। ସେହିପରି କଳାରେ ବାଲେଶ୍ବର, ଫକୀରମୋହନ ଓ ବାରିପଦା ମହାରାଜା ପୂର୍ଣ୍ଣଚନ୍ଦ୍ର-ଏମପିସି ସ୍ବୟଂଶାସିତ ମହାବିଦ୍ୟାଳୟ ଆଗରେ ରହିଛନ୍ତି। ପୁରୀ ଏସସିଏସ କଲେଜରେ ଉଦ୍ଭିଦ ବିଜ୍ଞାନରେ ସର୍ବାଧିକ କଟଅଫ ମାର୍କ ୯୫.୬୦ ପ୍ରତିଶତ ରହିଛି। ସେହିପରି ପୁରୀ ଏସସିଏସ କଲେଜରେ ରସାୟନ ବିଜ୍ଞାନରେ କଟଅଫ ମାର୍କ ୯୪.୫୦ ପ୍ରତିଶତ ରହିଥିବାବେଳେ ଗଣିତରେ ୯୪ ପ୍ରତିଶତ ରହିଛି। ଅପରପକ୍ଷରେ ବାରିପଦା ଏମପିସି କଲେଜରେ ପ୍ରାଣୀ ବିଜ୍ଞାନରେ ୯୪ ପ୍ରତିଶତ କଟ ଅଫ୍ ମାର୍କ ରହିଛି । ଅପରପକ୍ଷରେ ବାଲେଶ୍ବର ଫକିର ମୋହନ ଏବଂ ବାରିପଦା ଏମପିସି କଲେଜରେ ରାଜନୀତି ବିଜ୍ଞାନରେ କଟଅଫ ମାର୍କ ୯୧.୮୩% ରହିଥିବା ସୂଚନା ମିଳିଛି।

୨୦୨୩-୨୪ ଶିକ୍ଷା ବର୍ଷରେ ଯୁକ୍ତ ତିନି ପ୍ରଥମ ବର୍ଷରେ ନାମ ଲେଖାଇବା ପାଇଁ ୨,୨୩, ୨୧୦ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୧,୭୪, ୧୯୫ ଜଣଙ୍କୁ ନାମ ଲେଖାଇବା ପାଇଁ ମନୋନୀତ କରାଯାଇଛି।

Comments are closed.