ଭଞ୍ଜନଗର ସବଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ଭଞ୍ଜନଗର – ଭଞ୍ଜନଗର ସ୍ୱତନ୍ତ୍ର ସବ୍ ଜେଲ ପରିସରରେ ଆଜି ଜଣେ ବିଚାରାଧୀନ କଏଦୀଙ୍କର ମୃତ୍ୟୁ ହୋଇଛି । ମୃତ କଏଦୀ ବେଲଗୁଣ୍ଠା ଥାନା ତନରଡା ଗ୍ରାମର ୪୦ ବର୍ଷୀୟ ଚରଣ ବେହେରା ।

ଚରଣଙ୍କୁ ବେଲଗୁଣ୍ଠା ପୋଲିସ ଚାରି ଦିନ ତଳେ ଚୋରି ସଂକ୍ରାନ୍ତୀୟ ଏକ ମାମଲାରେ ଗିରଫ କରି ଭଞ୍ଜନଗର ଜେଲକୁ ପଠାଇଥିଲା। ଆଜି ସକାଳେ ଚରଣଙ୍କ ସ୍ୱାସ୍ଥ୍ୟା ଖରାପ ହୋଇଯାଇଥିଲା । ଜେଲ କର୍ତ୍ତୃପକ୍ଷ ତାଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଲୋକେ ଖବର ପାଇ ଭଞ୍ଜନଗର ମେଡିକାଲରେ ପହଞ୍ଚିଥିଲେ। ମୃତଦେହର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ଦେଖି ଚରଣଙ୍କୁ ଜେଲରେ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।

Comments are closed.