ମହମ୍ମଦ ମୋକିମ ଓ ଚିରଞ୍ଜିବ ବିଶ୍ୱାଳ କଂଗ୍ରେସରୁ ନିଲମ୍ବିତ

ଭୁବନେଶ୍ୱର – ରାଜ୍ୟ କଂଗ୍ରେସର ଦୁଇ ଅସନ୍ତୁଷ୍ଟ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ। ଦଳ ବିରୋଧୀ କାର୍ଯ୍ୟକଳାପ ଯୋଗୁଁ ବିଧାୟକ ମହମ୍ମଦ ମୋକିମ ଓ ବରିଷ୍ଠ ନେତା ଚିରଞ୍ଜିବ ବିଶ୍ବାଳଙ୍କୁ କଂଗ୍ରେସରୁ ନିଲମ୍ବନ କରାଯାଇଛି। ଏ ନେଇ ଏଆଇସିସି ପକ୍ଷରୁ ସୂଚନା ଦିଆଯାଇଛି। ଏଆଇସିସିର ଶୃଙ୍ଖଳା କମିଟି ଦୁଇନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି । ବାରବାଟୀ -କଟକ ବିଧାୟକ ମହମ୍ମଦ ମୋକିମ ଓ ଚିରଞ୍ଜିବ ବିଶ୍ୱାଳ ବିଭିନ୍ନ ସମୟରେ ରାଜ୍ୟର କଂଗ୍ରେସ ନେତୃତ୍ବ ବିରୋଧରେ ଖୋଲାଖୋଲି ମନ୍ତବ୍ୟ ଦେଉଥିଲେ । ଦୁଇ ନେତାଙ୍କ ଦଳ ବିରୋଧୀ କାର୍ଯ୍ୟ କଳାପ ବିରୋଧରେ କଂଗ୍ରେସ ହାଇକମାଣ୍ଡଙ୍କୁ ଜଣାଇଥିଲେ ପିସିସି ସଭାପତି ଶରତ ପଟ୍ଟନାୟକ। ମୋକିମ ଓ ବିଶ୍ବାଳଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ଏହାର ସନ୍ତୋଷଜନକ ଉତ୍ତର ଦେଇପାରିନଥିବାରୁ ଉଭୟଙ୍କୁ କଂଗ୍ରେସରୁ ନିଲମ୍ବନ କରାଯାଇଛି।

Comments are closed.