୨ୟ ଦିନରେ ୫-ଟି ସଚିବଙ୍କ ଗସ୍ତ: ସମଲେଶ୍ବରୀଙ୍କ ଦର୍ଶନ ସହ ସମଲେଇ ପ୍ରକଳ୍ପର ସମୀକ୍ଷା

ସମ୍ବଲପୁର – ବର୍ଷା ସତ୍ତ୍ୱେ ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ସମ୍ବଲପୁର ଗସ୍ତ ଜାରି ରହିଛି। ସକାଳୁ ସକାଳୁ ବର୍ଷାରେ ବି ଚାଲିଛି ବିକାଶ ସମୀକ୍ଷା। ସମ୍ବଲପୁର ଗସ୍ତର ଦ୍ବିତୀୟ ଦିନରେ ଆଜି ମା’ ସମଲେଶ୍ବରୀଙ୍କ ଦର୍ଶନ କରିଛନ୍ତି ୫-ଟି ସଚିବ। ପ୍ରବଳ ବର୍ଷାରେ ସମଲେଶ୍ବରୀଙ୍କ ଦର୍ଶନ କରିବା ସହ ଅଞ୍ଚଳବାସୀଙ୍କ ସହ ଆଲୋଚନା କରି ଅଭିଯୋଗପତ୍ର ଗ୍ରହଣ କରିଛନ୍ତି ୫-ଟି ସଚିବ। ଏହାସହ ସେ ସମଲେଇ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିବା ସହ ମନ୍ଦିର ଟ୍ରଷ୍ଟବୋର୍ଡ ସହ ଆଲୋଚନା କରିଛନ୍ତି। ଆସନ୍ତା ଡିସେମ୍ବର ମାସ ସୁଦ୍ଧା ପ୍ରକଳ୍ପ କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ୫-ଟି ସଚିବ। ଶ୍ରୀ ପାଣ୍ଡିଆନ୍‌ଙ୍କ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର୍ ଭିନିଲ କ୍ରୀଷ୍ଣା, ଜିଲ୍ଲାପାଳ ଅନନ୍ୟା ଦାସଙ୍କ ସମେତ ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ, ମୁଖ୍ଯ ପୂଜକ ଅମ୍ବିକା ପ୍ରସାଦ ରାୟ ଏବଂ ସମସ୍ତ ପୂଜକ ଉପସ୍ଥିତ ଥିଲେ।

Comments are closed.