ଜଗତସିଂହପୁର ଜିଲ୍ଲା ବିଜେଡି କର୍ମକର୍ତ୍ତା ନିଯୁକ୍ତ

ଜଗତସିଂହପୁର – ଜଗତସିଂହପୁର ଜିଲ୍ଲାର ଚାରିଟି ନିର୍ବାଚନ ମଣ୍ଡଳୀ ଓ ୮ଟି ବ୍ଲକରେ ବିଜେଡିର ନୂତନ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ଜଗତସିଂହପୁର ଜିଲ୍ଲା ବିଜେଡି କମିଟିର କର୍ମକର୍ତ୍ତା ନିଯୁକ୍ତ କରାଯାଇଛି । ୧୨ ଜଣ ବରିଷ୍ଠ ଉପସଭାପତି ଓ ୧୪ ଉପସଭାପତି ନିଯୁକ୍ତ ହୋଇଛନ୍ତି । ଏଥିସହ ୨୮ ଜଣ ସାଧାରଣ ସମ୍ପାଦକ, ୪୫ ଜଣ ସମ୍ପାଦକ ନିଯୁକ୍ତ ହୋଇଛନ୍ତି । ଜିଲ୍ଲା ଉପଦେଷ୍ଟା କମିଟି ଦାୟିତ୍ୱରେ ୫ଜଣଙ୍କୁ ରଖାଯାଇଛି । କର୍ମକର୍ତ୍ତା ନିଯୁକ୍ତି ନେଇ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି।

Comments are closed.