ଧରାପଡିଲେ ନକଲି ଏମ୍ସ ଡାକ୍ତର

ବ୍ରହ୍ମପୁର – ଧରାପଡିଲେ ନକଲି ଏମ୍ସ ଡାକ୍ତର। ଏମ୍‌ସ ଡାକ୍ତର କହି କ୍ଲିନିକ ଖୋଲିଥିବା ଜଣେ ଯୁବକଙ୍କୁ ଗିରଫ କରିଛି ଦିଗପହଣ୍ଡି ଥାନା ପୋଲିସ। ଗିରଫ ନକଲି ଡାକ୍ତରଙ୍କ ନାଁ ଶୁଭ୍ରଜିତ ପଣ୍ଡା ।

ସାନଖେମୁଣ୍ଡି ବ୍ଲକ ଡେଙ୍ଗାଉସ୍ତାରେ ଶୁଭ୍ରଜିତ କ୍ଲିନିକ ଖୋଲିଥିଲେ। କଟକ ରାଣୀହାଟରେ ବି ସେ କ୍ଲିନିକ ଖୋଲିଥିଲେ। ଗିରଫ ନକଲି ଡାକ୍ତର ଢେଙ୍କାନାଳ ଜିଲ୍ଲା ସଣ୍ଡା ଗାଁର ବୋଲି ସୂଚନା ମିଳିଛି। ମାତ୍ର ଯୁକ୍ତ ଦୁଇ ଯାଏଁ ପାଠ ପଢିଥିବା ନକଲି ଡାକ୍ତର ଜଣକ ମେଡିସିନ ରିପ୍ରେଜେଣ୍ଟେଟିଭଙ୍କୁ ନେଇ ଚିକିତ୍ସା କରୁଥିଲେ । ୨୦୨୦ ମସିହାରେ ତେଲେଙ୍ଗାନା ପୋଲିସ ଦ୍ବାରା ମଧ୍ୟ ଯୁବକ ଜଣକ ଗିରଫ ହୋଇଥିଲେ।

Comments are closed.